Thus I tried to explain few immortal lines of Vishwaguru Ravindranath Tagore for an Odia Literary Magazine
ନିଜ ପାଶେ ଯାଇ ନିଜେ ପହଁଚିବା
ସବୁଠାରୁ ବେଶୀ ଦୂର
ବଡ କଠିନ ସେ ଗୀତର ସାଧନା
ସହଜ ଯାହାର ସୂର ||
- ଗୀତାନଜଳୀ
It is the most distant course that comes nearest to thyself, and that training is the most intricate which leads to the utter simplicity of tune. -Gitanjali
ସଚ୍ଚିଦାନନ୍ଦ, ସହଜ, ସନାତନ ଆମର ସ୍ବରୂପ ! !
" ଯେପରି ଅନ୍ଧକାର ହେତୁ ତଳେ ପଡିଥିବା ଦଉଡିରେ ସର୍ପର ପ୍ରତୀତି ଉତ୍ପନ ହୁଏ ଏବଂ ଆଲୋକର ଉପସ୍ଥିତି ମାତ୍ରକେ ଉକ୍ତ ଭ୍ରାନ୍ତି ଦୂର ହୋଇଯାଇଥାଏ ଠିକ ସେହିପରି ଅଜ୍ଞାନ ବଶତଃ ଆମଠାରେ ଆମ ବାସ୍ତବିକ ସ୍ବରୂପର ବିସ୍ମରଣ ଘଟେ, ନିଜଠାରୁ ନିଜର ଦୂରତା ଦୀର୍ଘ ହୁଏ ଏବଂ 'ଜଳରେ ମୀନ ତୃଷାର୍ତ୍ତ ' ଭଳି ପ୍ରାଣ ହୁଏ ବ୍ୟାକୁଳ |
ଅପରପକ୍ଷରେ ଆତ୍ମଜ୍ଞାନ ହେବା ମାତ୍ରକେ ଅଚିରେ ସମସ୍ତ ଦୁଖ ନିର୍ବାପିତ ହୁଏ , ଅଫୁରନ୍ତ ଆନନ୍ଦଧାମର ନାଦବ୍ରହ୍ମରେ ପ୍ଲାବିତ ହୁଏ ଏ ପ୍ରତିଟି ଶିରା, ଉପଶିରା; ଓଲ୍ହ|ଇ ଆସେ ଆନନ୍ଦ ବିନ୍ଧ୍ୟ|ଚଳରୁ ବିପୁଳା ପୃଥ୍ବୀ ର କୋଳକୁ !!
ଏହି ମହାନ୍ ସତ୍ୟକୁ ନିଜର ଜାଦୁଗରୀ ଶବ୍ଦ ମାଧ୍ୟମରେ ଅବତାରଣ| କରାଇ ଏହାର ଉପଲବ୍ଧି ନିମିତ୍ତ ସଭିଂକ ହୃଦୟରେ ସର୍ବଜୟୀ ସାହସର ହୁଁକାରକୁ ଧ୍ବନିତ କରାଇବାର ପ୍ରୟାସ କରିଥିବା ବିଶ୍ବଗୁରୁ ରବିନ୍ଦ୍ରନାଥନକୁ
'ସୃଷ୍ଟି'ର ଏକ ବିନମ୍ର ନିବେଦ୍ୟ |"
No comments:
Post a Comment