Pages

Smile ! You're at Bishwajeeban Blog

Sunday, August 28, 2016

ମୁଁ 'ବର୍ଣ୍ଣ'-ବିବର୍ଜିତ!

'ମୋ' ପାଇଁ
ନା ମନ୍ତ୍ର, ନା ପୂଜା, ନା ଆରାଧନା ଲୋଡ଼ା
ନା  'ମୁଁ '
ଯଜ୍ଞ, ଧ୍ୟାନ ବା ଧାରଣାରେ ଯୋଡ଼ା

ସାଧନାରେ ସାଧ୍ୟ ନୁହେଁ, ସମାଧିରୁ ଦୂର
ଅଚଳ, ଅଟଳ, ମୁଁ ଅଟେ ସଦା ସ୍ଥିର

ନାହିଁ  ସୁଖ, ନାହିଁ  ଦୁଃଖ, ନାହିଁ  ରାଗ-ଦ୍ୱେଷ
ନାହିଁ  ଲୋଭ, ନାହିଁ ମୋହ, ନାହିଁ କଲ୍ମଷର ଲେଶ

ନିଷ୍ପ୍ରଭ ନିର୍ବାଣ! ନାହିଁ ପାପ-ପୁଣ୍ୟ
ଜନ୍ମହୀନ ମୃତ୍ୟୁହୀନ ମୁଁ ମହାଶୂନ୍ୟ

ଆନନ୍ଦ ସ୍ୱରୂପ, ମୁଁ ପୂର୍ଣ୍ଣ, ନିତ୍ୟ-ପ୍ରାପ୍ତ
ଜାତି-ଗତି-ଧର୍ମ-ସଙ୍ଗ-ବର୍ଣ-ବିବର୍ଜିତ

No comments:

Labels